ମୋ ପ୍ରିୟା
ମୋ ପ୍ରିୟା
ଦିବ୍ୟଜୀବନ ସାହୁ
ପ୍ରିୟା !
ତୁମ ଆଗମନରେ ଦେହେ ଖେଳିଯାଏ
ଏକ ଅପୂର୍ବ ଶିହରଣ
ମନରେ ଉଙ୍କି ମାରେ ଅସୁମାରି ପ୍ରଶ୍ନ
ଯାହା ସୃଷ୍ଟି କରେ ଏକ ଅଦ୍ଭୁତ ବାତାବରଣ ।
ସତରେ ତୁମେ ସେହି ପ୍ରେୟସୀ
ଆସିଥାଅ ନୂଆ ବୋହୂପରି
ଲାଜର ଓଢ଼ଣା ଧରି
କେତେ ନୂଆ ସବୁଜିମା ଦେହେ ଧାରଣ କରି ।
କାକର ବିନ୍ଦୁର ସେହି ମୋତି ପରି ଝଲକ
ଦେହେ ଓ ମନେ ଫୁଟେ
କେତେଯେ ପ୍ରେମର ଗୋଲାପ ।
ଉଦଭାସିତ ହେଉଥାଏ କାଚ ପରଦାରେ
ପ୍ରତିଫଳନ ସ୍ଵରୂପ ବ୍ୟଥିତ ମନରେ ଭରେ
କେତେଯେ ନୂଆ ଉନ୍ମାଦନା ।
ବୃକ୍ଷରେ ପରିପୂର୍ଣ୍ଣ ହୁଏ ନୂତନତାର ରୂପ
ସୂର୍ଯ୍ୟାଲୋକରେ ପୁଣି ଉଙ୍କି ମାରେ
ତା'ର ସେ ଭାସମାନ ମୁହଁ ।
ସେହି ଆଗମନ କୋଇଲିର କୁହୁତାନ
କୁହୁଡିଆ ସକାଳର ସେହି ନିଆଁ ପୁଆଁ
ମନରେ ଭରି ଦିଏ ଅଦମ୍ଯ ଉତ୍ସାହ ।
ବଣଭୋଜି କରିବା ପାଇଁ
ଲାଗେ ଦର୍ଶକଙ୍କ ଭିଡ
ପକ୍ଷୀ ଚାହୁଁ ଥାଏ କେତେବେଳେ
ଛାଡ଼ିବ ତା' ନୀଡ ।
ପର୍ବପର୍ବାଣୀରେ ପୂରି ଉଠେ ଗାଁ ଓ ସହର
ପୁଣି ପ୍ରେମିକ ମନରେ ଥାଏ ଚିନ୍ତା
ପ୍ରେମିକାର ବାହାଘର ।
ତୁମେ ମୋର ସେହି ପ୍ରିୟା ଶୀତ
ମୁଁ ତୁମର ପ୍ରିୟ ଦିବ୍ୟ
ଚାହିଁଛି ତୁମ ଆସିବା ବାଟକୁ
ତାହା ପୁଣି ଅବର୍ଣ୍ଣନୀୟ ।
ତୁମକୁ ନ ଛୁଇଁ ମନରେ ଥାଏ
କେତେଯେ ଅବଶୋଷ
ମେଣ୍ଟେ ପୁଣି ତାହା
ଆସନ୍ତା ବରଷ ।
Wow
ReplyDeleteNice poem..
ReplyDelete