କିଛି ଛାଡ଼ି ଗଲେ କି ପଛରେ
କିଛି ଛାଡ଼ି ଗଲେ କି ପଛରେ
ଡାକରା ଆସିଲେ ଯିବାକୁ ପଡିବ,
କିଛି ନେବ ନାହିଁ
ସାଙ୍ଗରେ
ମମତାର ଡୋରି ଛିଡିଯିବ
ଦିନେ
ସବୁ ରହିଯିବ ପଛରେ ।
ଆୟା ପାଖେ ଛାଡ଼ି କଅଁଳା
ଶିଶୁକୁ
ଅଫିସକୁ ଯେବେ ବାହାରେ
ପଚାରଇ ଆୟା ସବୁ ନେଇଛତ
ଛାଡ଼ିନାହଁ କିଛି ପଛରେ ।
ଯାହା ପାଇଁ ଖଟି ରୋଜଗାର
କରେ
ତାକୁତ ଛାଡ଼ିଲି ପଛରେ
ଚାବି ଆଉ ପର୍ସ ମୋବାଇଲ
ଫୋନ
ଏ ସବୁକୁ କିଏ ପଚାରେ ।
ଝିଅ ବାହାଘର ସାରି
କନ୍ୟା ପିତା
ମଣ୍ଡପ ଛାଡିବା ବେଳରେ
ଭଉଣୀ ପଚାରେ ଦେଖିନିଅ
ଭାଇ
ଛାଡିଲ କି କିଛି ପଛରେ ।
ବାପ ଭାବୁଥାଏ ଝିଅ
ଚାଲିଗଲା
ବନ୍ଧନ ରହିଲା ପଛରେ
ବାକି ଯଦି କିଛି ରହିଲା
ଜିନିଷ
ମୂଲ୍ୟହୀନ ଝିଅ ଆଗରେ ।
ଅବସର ଦିନ ସମ୍ବର୍ଦ୍ଧନା
ପରେ
ପିଅନଟା ଆସି ପଚାରେ
ଟେବୁଲ ଡ୍ରୟର ଦେଖି
ନିଅ ସାର
ରହିଲା କିଛି ପଛରେ ।
ସାର ଭାବୁଥାନ୍ତି ପଚିଶ
ବର୍ଷର ସ୍ମୃତି
ରହିଗଲା ପଛରେ
ଡାଏରୀ କଲମ ଚଷମାର
ଖୋଳ
ଏ ସବୁକୁ କିଏ ପଚାରେ ।
ପୁଅ ପାଠ ପଢି ଚାକିରୀ
କରିଲା
ରହିଗଲା ଆମେରିକାରେ
ବିଦେଶିନୀ ଝିଅ ବାହା ହୋଇଗଲା
ରାଜି ହୋଇ ନିଜ ଇଛାରେ ।
ନାତି ଦେଖିବାକୁ ଆମେରିକା
ଗଲେ
ପତିପତ୍ନୀ ଦୁହେଁ ପ୍ଲେନରେ
ପୁଅ ପଚାରୁଛି ଫେରିବା
ବେଳରେ
ବାବା କିଛି ଛାଡିଲ କି ପଛରେ ।
ସାରା ଜୀବନରେ ଅର୍ଜିଥିବା
ଧନ
ପୁଅ ରହିଗଲା ପଛରେ
ସାର୍ଟ ପ୍ୟାଣ୍ଟ ଜୋତା
ଧୋତି ଓ ଗାମୁଛା
ଏ ସବୁକୁ କିଏ ପଚାରେ ।
ବାପାଙ୍କର ଶବ ଦାହ
କରିସାରି
ଘରକୁ ଫେରିବା ବେଳରେ
ଲେଉଟି ଆସଇ ଜୁଇର ପାଖକୁ
ପୁଅ ଲୁହ ନେଇ ଆଖିରେ ।
ପଚାରଇ ସାଙ୍ଗ ଛାଡ଼ିଲୁକି
କିଛି
କିଛି
ରହିଗଲା ପଛରେ
ସବୁ ଚାଲିଗଲା ବାପାଙ୍କ
ସାଥିରେ
କଥା
ରହିଗଲା ମନରେ ।
ଏବେବି ସମୟ ରହିଛି
ହାତରେ
ବାନ୍ଧ ସ୍ନେହ ପ୍ରେମ ରଜୁରେ
କିଏ ଜାଣେ କେବେ ଯିବାକୁ
ପଡିବ
ସବୁ ଛାଡ଼ି ଦେଇ ପଛରେ ।
ଚିନ୍ମୟୀ ପ୍ରିୟଦର୍ଶିନୀ
ଅତି ଉତ୍ତମ
ReplyDeleteଧନ୍ୟବାଦ 🙏
DeleteWow...its realy true..heart tauching poem.
ReplyDeleteThanks a lot 🙏
DeleteWow amazing poem bhauja
ReplyDelete